Odia essay Fairs and Festivals in Odisha (ଓଡ଼ିଶାର ପର୍ବପର୍ବାଣି)
ଉପକ୍ରମ : ପ୍ରାଚୀନ କାଳରୁ ଓଡ଼ିଶା କଳା , ସାହିତ୍ୟ , ସଂସ୍କୃତି , ବୀରତ୍ , ସାହସିକତା ଓ ଆଧ୍ୟାତ୍ମିକତା କ୍ଷେତ୍ରରେ ଭାରତବର୍ଷରେ ନିଜର ସ୍ଵାତନ୍ତ୍ର୍ୟ ପ୍ରଦର୍ଶନ କରି ଆସିଛି । ଏହି ସ୍ବାତନ୍ତ୍ର୍ୟ ମଧ୍ୟ ତା’ର ପରିଲକ୍ଷିତ ହୁଏ , ପର୍ବପର୍ବାଣି ପାଳନ କ୍ଷେତ୍ରରେ । ପର୍ବପର୍ବାଣିକୁ ବାଦ ଦେଲେ ଓଡ଼ିଶାର ସାମାଜିକ , ସାଂସ୍କୃତିକ , ଆଧ୍ୟାତ୍ମିକ ତଥା ପାରମ୍ପରିକତାର ବୈଭବକୁ କଳ୍ପନା କରିବା ଅସମ୍ଭବ । ପର୍ବପର୍ବାଣି ଭିତରେ ଏକ ଜାତିର ଜାତୀୟ ଜୀବନ ପ୍ରତିବିମ୍ବିତ । ସୁତରାଂ ଚିନ୍ତାଶୀଳ , ଅଭିଜ୍ଞ , ସମାଜହିତୈଷୀ ମନୀଷୀବୃନ୍ଦ ଅତୀତରେ ସୁସ୍ଥ , ସଂହତ ସମାଜର ସ୍ୱପ୍ନକୁ ସାକାର କରିବାପାଇଁ ବୋଧହୁଏ ସୃଷ୍ଟି କରିଥିଲେ ଅଗଣିତ ପର୍ବପର୍ବାଣି । ଏଇଥିପାଇଁ ପର୍ବପର୍ବାଣିର ରାଜ୍ୟ ଓଡ଼ିଶା । ଲୋକଙ୍କ ତୁଣ୍ଡରୁ ଶୁଣାଯାଏ , ‘ ବାର ମାସରେ ତେର ପର୍ବ ।
ପର୍ବପର୍ବାଣି ପାଳନର ଉଦ୍ଦେଶ୍ୟ ଓ ଆବଶ୍ୟକତା : ଓଡ଼ିଶାରେ ପାଳିତ ହେଉଥିବା ବିଭିନ୍ନ ପର୍ବ , ଓଷା ବ୍ରତ ମୂଳରେ କିଛି ନା କିଛି ଉଦ୍ଦେଶ୍ୟ ନିହିତ । ପ୍ରକୃତି , ଈଶ୍ଵର ମଣିଷର ଜୀବନକୁ ଗଭୀର ଭାବରେ ପ୍ରଭାବିତ କରିଥାନ୍ତି । ଫଳତଃ ଧାର୍ମିକ ଭାବନାର ଉଦ୍ରେକ , ଦେବ ମହିମା ପ୍ରଖ୍ୟାପନ , ଭଗବତ୍ କୃପା ଲାଭ ନିମିତ୍ତ ଜନସାଧାରଣ ପର୍ବ ପାଳନ କରିଥାନ୍ତି । ଜଗନ୍ନାଥ ଉତ୍କଳର ଇଷ୍ଟଦେବ । ତାଙ୍କୁ କେନ୍ଦ୍ର କରି କେତେକ ପର୍ବ ପ୍ରଚଳିତ । ଓଡ଼ିଶାରେ ଅନୁଷ୍ଠିତ କିଛି ପର୍ବ କୃଷିଭିତ୍ତିକ । ଭ୍ରାତୃତ୍ଵବନ୍ଧନରେ ଆବଦ୍ଧ ହେବାପାଇଁ ପର୍ବପର୍ବାଣି ସମାଜକୁ ଦିଏ ମହତୀ ଶିକ୍ଷା । ସାମାଜିକ ସଂହତି ସୃଷ୍ଟି ଓ ସୁରକ୍ଷାରେ ପର୍ବପର୍ବାଣିର ରହିଛି ଗୁରୁତ୍ଵପୂର୍ଣ୍ଣ ଭୂମିକା । ଜଞ୍ଜାଳଗ୍ରସ୍ତ ଜୀବନକୁ ସରସ , ସୁନ୍ଦର ଓ ଶାନ୍ତି ପ୍ରଦ କରିବାରେ ପର୍ବପର୍ବାଣିର ପ୍ରଭାବକୁ ଏଡ଼େଇ ଦେଇ ହେବନି । ନୈତିକ ଜୀବନଯାପନ ଓ ଚରିତ୍ର ଗଠନ ନିମିତ୍ତ ପର୍ବପର୍ବାଣିରୁ ମିଳେ ପ୍ରେରଣା । ପର୍ବପର୍ବାଣି ଆନନ୍ଦ ଉଲ୍ଲାସର ଗନ୍ତାଘର । ସାମାଜିକ ଓ ସାଂସ୍କୃତିକ ପରମ୍ପରା ଓ ଚଳଣି ସମ୍ବନ୍ଧରେ ଅବଗତ କରାଏ ପର୍ବପର୍ବାଣିଚୟ ।
ବାରମାସର ପର୍ବ : ଜାତି - ଧର୍ମ - ବର୍ଣ୍ଣ - ସଂପ୍ରଦାୟ ନିର୍ବିଶେଷରେ ଓଡ଼ିଶାରେ ବାସକରୁଥିବା ଜନସାଧାରଣ ଉତ୍ସାହ ଓ ଉଦ୍ଦୀପନାର ସହ ନିଜ ନିଜର ପର୍ବପର୍ବାଣି ପାଳନ କରିଆସୁଛନ୍ତି । ବୈଶାଖଠାରୁ ଚୈତ୍ର ପର୍ଯ୍ୟନ୍ତ ବାରମାସ ପର୍ବପର୍ବାଣି ମାଧ୍ୟମରେ ଓଡ଼ିଆ ଜନଜୀବନକୁ କରିଛି ଆନନ୍ଦମୁଖର । ପ୍ରତ୍ୟେକ ପର୍ବ ନିଜର ସ୍ଵକୀୟତାରେ ମହିମାମଣ୍ଡିତ ।
ଭଉଁରୀ ଯାତ୍ରା , ସାବିତ୍ରୀ ବ୍ରତ , ରଜ , ଶୀତଳଷଷ୍ଠୀ , ବସୁମତୀ ସ୍ନାନ , ଗଙ୍ଗା ଦଶହରା , ରୁକ୍ମିଣୀ ବିବାହ , ଚମ୍ପକ ଦ୍ୱାଦଶୀ ଓ ଦେବସ୍ନାନ ପୂର୍ଣ୍ଣିମା ପ୍ରଭୃତି ପର୍ବପର୍ବାଣିକୁ ସାଙ୍ଗରେ ଧରି ଓଡ଼ିଶା ମାଟିରେ ପାଦ ଦିଏ ଉତ୍ତପ୍ତ ଜ୍ୟେଷ୍ଠ । ପତି ଦେବତାଙ୍କର ଦୀର୍ଘାୟୁଷ ଓ ହିତମନାସି ଓଡ଼ିଆ ଗୃହିଣୀମାନେ ନିଷ୍ଠାର ସହ ପାଳନ କରନ୍ତି ସାବିତ୍ରୀବ୍ରତ । ଓଡ଼ିଶାର ସାମାଜିକ ପରମ୍ପରାରେ ଉଳି ଏକ ଖାଣ୍ଟି ଓଡ଼ିଆ ପର୍ବ । ପିଠାପଣା , ଭୋଜିଭାତ , ନାଚଗୀତ , ଖେଳ , ଭ୍ରମଣରେ ତ୍ରିଦିନାତୁକ ରଳ ଓଡ଼ିଆ ନରନାରୀଙ୍କୁ ସମୋହିତ କରେ । ରଜଦୋଳି ରଜପର୍ବର ବିଶେଷ ଆକର୍ଷଣ । ଝିଅମାନଙ୍କ କଣ୍ଠରୁ ଶୁଣାଯାଏ ମନଫୁଲାଣିଆ ରଜଦୋଳି ଗୀତ । ସଂକ୍ରାନ୍ତକୁ ଧରି ରଚ୍ଚ ମଧ୍ୟ ବେଳେବେଳେ ଆଷାଢ଼ ମାସରେ ପାଳିତ ହୁଏ । ଶିବପାର୍ବତୀ ବିବାହ ଓ ଶୀତଳ ଷଷ୍ଠୀ ପଶ୍ଚିମ ଓଡ଼ିଶାର ଗଣପର୍ବ ରୂପେ ପରିଗଣିତ । ' ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରା ଓଡ଼ିଶା ବିଖ୍ୟାତ ।
ଉତ୍ତପ୍ତ ଧରଣୀକୁ ସଲିଳକଣାରେ ଶୀତଳ କରି ଆସେ ବର୍ଷଣମୁଖର ଆଷାଢ଼ । ମହାବାହୁ ଶ୍ରୀ ଜଗନ୍ନାଥଙ୍କର ନେତ୍ରୋତ୍ସବ , ନବଯୌବନ ଦର୍ଶନ , ରଥଯାତ୍ରା , ଦକ୍ଷିଣାୟନ ସଂକ୍ରାନ୍ତି ଓ ବ୍ୟାସ ପୂର୍ଣ୍ଣିମା ( ଗୁରୁ ପୂର୍ଣ୍ଣିମା ) ଭଳି ଉତ୍ସବମାନ ଏହି ମାସର ବିଶେଷତ୍ବ । ଆଷାଢ଼ ଶୁକ୍ଳ ଦ୍ବିତୀୟାରେ ମହାପ୍ରଭୁଙ୍କର ଭୁବନବିଦିତ ନବ ଦିନାତ୍ମକ ରଥଯାତ୍ରା ଅନୁଷ୍ଠିତ ହୁଏ । ସାମ୍ୟ , ମୈତ୍ରୀ , ସଂହତି ଓ ମାନବବାଦର ଏହି ମହୋତ୍ସବରେ ଶ୍ରୀ ଜଗନ୍ନାଥଙ୍କର କୃପା ବାରି ବରଷିଯାଏ ଲକ୍ଷଲକ୍ଷ ଦର୍ଶନଲିପ୍ରସୁ ଭକ୍ତଗଣଙ୍କର ଅବନତ ମସ୍ତକରେ । ଭକ୍ତ ଓ ଭଗବାନଙ୍କର ମିଳନ ରଥଯାତ୍ରାର ଅନ୍ୟତମ ବାର୍ଭା । ଏହି ବାମନରୂପୀ ଜଗନ୍ନାଥଙ୍କୁ ରଥରେ ଦର୍ଶନ କଲେ ମୁକ୍ତି ମିଳେ , ବିଶ୍ବାସ ନେଇ ହୁଏ ବିଶାଳ ଜନସମାଗମ । ପରମ୍ପରା ଅନୁସାରେ ଆଷାଢ଼ ପୂଷ୍ଠିମା ବ୍ୟାସ ପୂଶ୍ଚିମା ବା ବ୍ୟାସ ଜୟନ୍ତୀ ନାମରେ ନାମିତ । ମଠ , ଆଶ୍ରମମାନଙ୍କରେ ବ୍ୟାସପୂଜା ସହ ଗୁରୁପୂଜା ଅନୁଷ୍ଠିତ ହୁଏ ।
ଶ୍ରାବଣ ମାସର ପ୍ରଧାନ ପର୍ବଗୁଡ଼ିକ ହେଲା – ମନସା ପଞ୍ଚମୀ , ଚିତଉ ଅମାବାସ୍ୟା ଓ ଶ୍ରାବଣ ପୂର୍ଣ୍ଣିମା । ଶ୍ରାବଣ ପୂର୍ଣ୍ଣିମାର ଅନ୍ୟ ନାମ ଗହ୍ମା ପୂର୍ଣ୍ଣିମା ଓ ଝୁଲଣ ପୂର୍ଣ୍ଣିମା । ଏହିଦିନ ବଳଦେଙ୍କର ଜନ୍ମ । ଏହି ପର୍ବ ସହିତ ଗୋପୂଜା ସଂପୃକ୍ତ । ଗହ୍ମାଡ଼ିଆଁ ଗାଁ - ଗହଳିର ବିଶେଷ ଆକର୍ଷଣ । ଭାଇ ଭଉଣୀର ଅନାବିଳ ସ୍ନେହର ପ୍ରତୀକରୂପେ ରକ୍ଷାବନ୍ଧନ ଉତ୍ସବ ଏହି ଦିନର ମଧୁରସ୍କୃତି ବହନ କରେ । ସ୍ଵଭାବକବି ମେହେର ଜୟନ୍ତୀ ଓ ନିଗମାନନ୍ଦଙ୍କ ଜୟନ୍ତୀ ଶ୍ରାବଣ ପୂର୍ଣ୍ଣିମାର ଅନ୍ୟତମ ବିଶେଷତ୍ଵ।
ଓଷା , ବ୍ରତାଦି ପର୍ବପର୍ବାଣିରେ ପରିପୂର୍ଣ୍ଣ ଭାଦ୍ରବ ଜନମାନସରେ ଜନ୍ମାଏ ଉଲ୍ଲାସର ଶିହରଣ । ଖୁଦୁରୁକୁଣୀ ଓଷା , ବୁଧୁବାମନ ଓଷା , ରକ୍ଷାପଞ୍ଚମୀ , ହରିଜନ୍ମ , ସପ୍ତପୁରୀ ଅମାବାସ୍ୟ , ବାଲି ତୃତୀୟା , ଗଣେଶ ଚତୁର୍ଥୀ , ହରିତାଳିକା ବ୍ରତ , ନୂଆଖାଇ, ବିଶ୍ବକର୍ମା ପୂଜା , ଋଷି ପଞ୍ଚମୀ , ଷଷ୍ଠୀ ଓଷା , ସୁନିଆଁ , ବାମନ ଜନ୍ମ , ଅନନ୍ତ ବ୍ରତ , ଭାଗବତ ଜନ୍ମ ଓ ଇନ୍ଦ୍ରୋତ୍ସୋବ ପୂର୍ଣ୍ଣିମାରେ ପୁରପଲ୍ଲୀ ହୁଏ ଉତ୍ସବମୁଖର । ଖୁଦୁରୁକୁଣୀରେ ମଙ୍ଗଳାଙ୍କ ଅର୍ଜନା ସହିତ ଅତୀତ ଉତ୍କଳର ବୈଭବମଣ୍ଡିତ ନୌବାଣିଜ୍ୟର ସ୍ମୃତି ମନପ୍ରାଣକୁ କରେ ପୁଲକିତ । ବିଦ୍ୟାର୍ଥୀମାନଙ୍କର ମହାନ୍ ପର୍ବ ଗଣେଶ ଚତୁର୍ଥୀ ଓଡ଼ିଶାର ପ୍ରାୟ ସମସ୍ତ ଶିକ୍ଷାନୁଷ୍ଠାନରେ ଭାର୍ତ୍ତିକ ପରିବେଶରେ ପାଳନ କରଯାଏ । ଭାଦ୍ରବର ଶୁକ୍ଳ ଅଷ୍ଟମୀରେ ଭଗବାନ ଶ୍ରୀକୃଷ୍ଣଙ୍କର ଜୟନ୍ତୀ ପ୍ରତ୍ୟେକ ହିନ୍ଦୁ ପରିବାରରେ ଭକ୍ତି ଓ ନିଷ୍ଠାର ସହ ପାଳନ କରାଯିବାର ଦେଖାଯାଏ । ପରଦିନ ପାଳିତ ହୁଏ ନନ୍ଦୋତ୍ସବ । ପଶ୍ଚିମ ଓଡ଼ିଶାର କୃଷିଭିଭିକ ଗଣପର୍ବ ନୂଆଖାଇ । ଏହା ଏକ ମହାମିଳନର ପର୍ବ । ଭାଦ୍ର ଶୁକ୍ତ ଷଷ୍ଠୀରେ ସ୍ତ୍ରୀମାନେ ଶିକ୍ଷ୍ମୀ ଦେବୀଙ୍କର ପୂଜାର୍ଚ୍ଚନା ପୂର୍ବକ ସନ୍ତାନମାନଙ୍କର ଦୀର୍ଘଜୀବନ କାମତା କରି ବନ୍ଦପନା କରନ୍ତି ।
ଶାରଦୀୟ ପର୍ବସମ୍ଭାରରେ ଆଶ୍ବିନ ହସେ ଓ ହସାଏ । ମହାଳୟା , ଶାରଦୀୟ ଦୁର୍ଗାପୂଜା , ଭସାଣି ଉତ୍ସବ , ଗର୍ଭଣା ସଂକ୍ରାନ୍ତି , କୁମାର ପୂର୍ଣ୍ଣିମା , ଗଜଲକ୍ଷ୍ମୀ ପୂଜା ଆଶ୍ବୀନରେ ଅନୁଷ୍ଠିତ ହୁଏ । ପୀଠପୂଜା ଓ ମୃଣ୍ମୟୀ ଦୁର୍ଗାପୂଜାରେ ଚଳଚଞ୍ଚଳ ହୋଇଉଠେ ସହରବଜାର ଓ ପୁରପଲ୍ଲୀ । ଏହିଦିନ ଘରେ ଘରେ ମଙ୍ଗଳମୟ ସଦାଶିବଙ୍କର ସୋମନାଥ ବ୍ରତ । ଆଶ୍ଵିନ ଅମାବାସ୍ୟାରେ ପିତୃପୁରୁଷଙ୍କ ଉଦେଶ୍ୟରେ ମହାଳୟା ଶ୍ରାଦ୍ଧ ଓଡ଼ିଶାର ଏକ ବିଶିଷ୍ଟପର୍ବ । ଏହା ପରେ ଆସେ କୁମାର ପୂର୍ଣ୍ଣିମା । ନବବସନ ପରିହିତା କୁମାରୀମାନଙ୍କର ଭଲ୍ଲାସର ଦିନ । ନାଚଗୀତରେ ଉଛୁଳି ଉଠେ ଗାଁ ଦାଣ୍ଡ । ପୂର୍ଣ୍ଣମୀ ତିଥିରେ ଗଜଲକ୍ଷ୍ମୀ ପୂଜା ଆଶ୍ୱିନର ଅନ୍ୟ ଏକ ପର୍ବବୈଭବ । ଗର୍ଭଣା ସଂକ୍ରାନ୍ତରେ ଧାନକ୍ଷେତରେ ପୂଜାର୍ଚ୍ଚନା ପୂର୍ବକ କୃଷକ ଶସ୍ୟ ଲକ୍ଷ୍ମୀଙ୍କର ଆବାହନ କରେ ।
ଧର୍ମ ଧାରଣାରେ ମହାନ୍ ମାସ କାର୍ତ୍ତିକ । କବି ଏହି ଉକ୍ତିକୁ ସମର୍ଥନ କରି କହିଛନ୍ତି - ଏ ମହା କାର୍ତ୍ତିକ ମାସ , ଭଣିଲେ ଶଙ୍କର ଦାସ । ’ ସ୍ନାନ , ଦାନ , ପୁରାଣ ପଠନ ଓ ପୁଣ୍ୟର୍ଜନପାଇଁ କାର୍ତ୍ତିକ ପ୍ରସିଦ୍ଧ । ଭକ୍ତିମୃତୀ ସଧିବା , ବିଧବା ଓ ପୁରୁଷମାନେ ମଧ୍ୟ କାର୍ତ୍ତିକ ବ୍ରତ ପାଳନ କରନ୍ତି । ନୀଳାଚଳ ଧାମ ହଜାର ହଜାର ଭକ୍ତଙ୍କ ସମାଗମରେ ପୂରିଉଠେ । ମାସ ସାରା ପ୍ରାତଃ କାରେ ଦାମୋଦର ପୂଜା ଓ ସନ୍ଧ୍ୟାରେ ଦୀପଦାନ ପରିବେଶକୁ ପୁଲକିତ କରେ । କାର୍ତ୍ତିକ ଅମାବାସ୍ୟା ତିଅରେ ଦୀପାବଳୀ ଉତ୍ସବ ଅନୁଷ୍ଠିତ । ପିତୃପୁରୁଷଙ୍କୁ ଦୀପଦାନ ଓ ଆତସବାଜି ପ୍ରଦର୍ଶନ ଏ ପର୍ବର ମୁଖ୍ୟ ଆକର୍ଷଣ । ଦୀପାବଳୀ ଅର୍ଦ୍ଧରାତ୍ରିରେ ନୃମୁଣ୍ଡମାଳିନୀ ମହାକାଳୀଙ୍କର ପୂଜା ଅନ୍ୟ ଏକ ଉଲ୍ଲେଖନୀୟ ପର୍ବ । ଶାସ୍ତ୍ର କହେ –
" ଅମାବାସ୍ୟା ଅର୍ଦ୍ଧରାତ୍ର ମହୋଗ୍ରଘୋରରୂପିଣୀ ପ୍ରାଦୁର୍ଭୁତା ମହାକାଳୀ ଯୋଗିନୀ କୋଟିଭିଃ ସହ । "
ସୋମମହତୀ ସ୍ନାନ , ଭ୍ରତୃ ଦ୍ବିତୀୟା , ନାଗ ଚତୁର୍ଥୀ , ଅଁଳା ନବମୀ , ବଡ଼ଓଷା , ରାସପୂର୍ଣ୍ଣିମା କାର୍ତ୍ତିକର ଏକ ଏକ ସ୍ମରଣୀୟ ଉତ୍ସବ । କାର୍ତ୍ତିକ ପୂର୍ଣ୍ଣିମାରେ କାର୍ତ୍ତିକେୟଙ୍କ ପୂଜା ଓ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଏ । ଅତୀତର ନୌବାଣିଜ୍ୟର ସ୍ମୃତିକୁ ବହନ କରେ କାର୍ତ୍ତିକର ବୋଇତବନ୍ଦାଣ ଉତ୍ସବ । ଯଥାର୍ଥରେ କୁହାଯାଏ- “ ନ କାର୍ତ୍ତିକ ସମୋ ମାସଃ ।"
ମାସ ଶ୍ରେଷ୍ଠ ମାର୍ଗଶିରରେ ଜନସାଧାରଣ ପାଳନ କରନ୍ତି ଛାଡ଼ ଖାଇ , ମାଣବସା , ପ୍ରଥମାଷ୍ଟମୀ , କାଞ୍ଜିଅଁଳା ନବମୀ , କୁରାଳ ପଞ୍ଚମୀ ଓ ଧନୁସଂକ୍ରାନ୍ତି । କୃଷିଭିତ୍ତିକ ପର୍ବ ମାଣବସା । ଅସ୍ପୃଶ୍ୟତା ନିବାରଣ , ସାମାଜିକ ସମତା ଓ ନାରୀ ମହତ୍ୱ ପ୍ରତିପାଦନ ମାଣବସା ଲକ୍ଷ୍ମୀପୂଜାର ଅନ୍ତର୍ନିହିତ ସ୍ୱର । ଐଶ୍ୱର୍ଯ୍ୟ ଓ ଧନଧାନ୍ୟର ଦେବୀ ମହାଲକ୍ଷ୍ମୀଙ୍କର ଆରାଧନା କରାଯାଏ ମାର୍ଗଶିରର ପ୍ରତ୍ୟେକ ପବିତ୍ର ଗୁରୁବାର ଦିନରେ । ବଳରାମ ଦାସଙ୍କ ପ୍ରଣୀତ ଲକ୍ଷ୍ମୀ ପୁରାଣ ପାଠ ମାଣବସାର ପ୍ରଧାନ ଅଂଗ । କୁମ୍ଭାରମାନଙ୍କର ଚକ୍ରପୂଜା ଅନୁଷ୍ଠିତ ହୁଏ କୁରାଳ ପଞ୍ଚମୀରେ । ଧନୁସଂକ୍ରାନ୍ତିରୁ ଆରମ୍ଭ ହୁଏ ଏକମାସ ପର୍ଯ୍ୟନ୍ତ ଦେବଦେବୀଙ୍କ ମନ୍ଦିରରେ ପହିଲି ଭୋଗ । ଧନୁମୁଆଁ ଦେବଦେବୀଙ୍କ ନିକଟରେ ପୂଜା କରାଯାଏ । ଜ୍ୟେଷ୍ଠ ସନ୍ତାନର ଆୟୁ ବୃଦ୍ଧିପାଇଁ ପାଳିତ ହୁଏ ପ୍ରଥମାଷ୍ଟମୀ ପର୍ବ । ଏହି ଦିନ ଗଣେଶ ପୂଜନ , ସନ୍ତାନମାନଙ୍କର ନିବବସ୍ତ ପରିଧାନ ଓ ବନ୍ଦାପନା କର୍ମ ସଂପାଦିତ ହୁଏ ।
ପୌଷର ଶୀତଳ ଶୀତିରେ ପାଳିତ ହୁଏ ବକୁଳ ଅମାବାସ୍ୟା , ଶାମ୍ବଦଶମୀ ଓ ପୁଷ୍ୟାଭିଷେକ ଉତ୍ସବ । ସୂର୍ଯ୍ୟପୂଜା ଅନୁଷ୍ଠିତ ହୁଏ ଶାମ୍ବଦଶମୀରେ । ବକୁଳ ଅମାବାସ୍ୟାରେ ବିଜୁଳି ସଂଯୁକ୍ତ ପାୟସ ଦେବତାଙ୍କ ଉଦେଶ୍ୟରେ ଅର୍ପିତ ହୁଏ । ଦେବଦେବୀଙ୍କଠାରେ ବକୁଳ ଲାଗି ହୁଏ । ପୌଷ ପୂର୍ଣ୍ଣମୀରେ ବିଭିନ୍ନ ପିଠାପଣା ପ୍ରସ୍ତୁତ ହୋଇଥାଏ । ଦେବତାଙ୍କର ତଥା ରାଜାଙ୍କର ପୁଷ୍ୟାଭିଷେକ ଉତ୍ସବ ପାଳନ କରାଯାଏ । ମକର ସଂକ୍ରାନ୍ତି ଓଡ଼ିଶାର ଏକ ପ୍ରଧାନ ପର୍ବ । ନୂତନ ଚାଉଳରେ ସୁମିଷ୍ଟ ମକର ପ୍ରସ୍ତୁତ କରାଯାଇ ଦେବତାଙ୍କଠାରେ ଭୋଗ ହୁଏ । ଓଡ଼ିଶାର ବହୁ ସ୍ଥାନରେ ମକର ମେଳା ବା ମକର ଯାତ୍ରା ଅନୁଷ୍ଠିତ ହୁଏ । ସୂର୍ଯ୍ୟଙ୍କର ଉତ୍ତରାୟଣ ବନ୍ଦାପନା ଏହି ଦିନ କରାଯାଏ । ଓଡ଼ିଶାର ବିଭିନ୍ନ ସ୍ଥାନରେ ମକର ମିଳନ ସାରିତ କାର୍ଯ୍ୟକ୍ରମ ମକର ସଂକ୍ରାନ୍ତିର ଅନ୍ୟ ଏକ ଆକର୍ଷଣ । ମାଘମାସର ପର୍ବମାନଙ୍କ ମଧ୍ୟରେ ସଂକଟ ଚତୁର୍ଥୀ ବ୍ରତ , ବରଦା ଚତୁର୍ଥୀ , ସରସ୍ଵତୀ ପୂଜା , ତିଳ ସପ୍ତମୀ ଓ ଅଗ୍ନ୍ୟାସବ ପୂଷ୍ଠିମା ପ୍ରଧାନ । ଶିକ୍ଷାୟତନରେ ଛାତ୍ରଛାତ୍ରୀମାନେ ଉଲ୍ଲାସର ସହ ପାଳନ କରନ୍ତି ବିଦ୍ୟାଦାତ୍ରୀ ସରସ୍ଵତୀ ପୂଜୋତ୍ସବ । ମାଘ ଶୁକ୍ଳ ସପ୍ତମୀରେ ଚନ୍ଦ୍ରଭାଗା ସ୍ନାନ ଓ ମାଘ ପୂର୍ଣ୍ଣମୀରେ ଅଶ୍ମୀସବ ପର୍ବପାଳିତ ହୁଏ ।
ଶୀତ ପରେ ଋତୁରାଜ ବସନ୍ତ ଆସେ । ଫାଲଗୁନରେ ଜନସାଧାରଣ ମହାଶିବରାତ୍ରି ( ଜାଗର ) , ଫଗୁଦଶମୀ , ଦୋଳପୂର୍ଣ୍ଣିମା ଉତ୍ସବ ପାଳନ କରନ୍ତି । ପାଲଗୁନ କୃଷ୍ଣ ଚତୁର୍ଦ୍ଦଶୀର ରାତିରେ ଉଜାଗର ରହି ଦୀପ ଜାଳି ଶିବାର୍ଚ୍ଚନା କରାଯାଏ । ଭୁବନେଶ୍ଵରର ଶ୍ରୀଲିଙ୍ଗରାଜ , ପୁରୀର ଶ୍ରୀଲୋକନାଥ , କପିଳାସର ଶ୍ରୀଚନ୍ଦ୍ରଶେଖର ଓ ଶରଣକୁଳର ଶ୍ରୀଲଡୁବାବାଙ୍କ ପୀଠରେ ମହାଶିବରାତ୍ରି ବ୍ରତ ଭାଗ୍ରିକ ପରିବେଶରେ ମହା ଉତ୍ସାହସହ ପାଳିତ ହୋଇଥାଏ । ଭାବବିଭୋର ଭକ୍ତକରୁ ନିନାଦିତ ହୁଏ -
' ନମଃ ଶିବାୟ ଶାନ୍ତୀୟ କାରଣତ୍ରୟହେତବେ ନିବେଦୟାମି ଚାତ୍ମାନଂ ଗତିସ୍ତ୍ବଂ ପରମେଶ୍ଵର । ' ,
ଫାଲଗୁନ ପୂର୍ଣ୍ଣିମାରେ ଦୋଳାଧରୂଢ଼ ଗୋବିନ୍ଦଙ୍କୁ ଦର୍ଶନ କଲେ ବିଷ୍ଣୁଲୋକ ପ୍ରାପ୍ତ ହେବାର ବିଶ୍ୱାସ ରହିଛି । ଏଠାରେ ଶ୍ରୀହର୍ଷଙ୍କ ଉକ୍ତି ସ୍ମରଣୀୟ –
' ‘ ଦୋଳେ ଚ ଦୋଳଗୋବିନ୍ଦ ଚାପେ ଚ ମଧୁସୂଦନଂ ରଥେ ତୁ ବାମନଂ ଦୃଷ୍ଟା ପୁନର୍ଜନ୍ମ ନ ବିଦ୍ୟତେ । ' '
ଚୈତ୍ର ବର୍ଷର ଶେଷ ମାସ । ହୋଲି , ପଞ୍ଚଦୋଳ , ସପ୍ତଦୋଳ , ଦଶଦୋଳ , ବାସନ୍ତୀୟ ଦୁର୍ଗାପୂଜା , ଅଶୋକାଷ୍ଟମୀ ଓ ଶ୍ରୀରାମ ନବମୀ ଓଡ଼ିଶାର ସର୍ବତ୍ର ଉତ୍ସାହ ଉଦ୍ଦୀପନାର ସହ ପାଳନ କରାଯିବାର ଦେଖାଯାଏ । ଅନ୍ୟାନ୍ୟ ପର୍ବ : ସାଧାରଣତନ୍ତ୍ର ଦିବସ , ସ୍ଵାଧୀନତା ଦିବସ , ଗାନ୍ଧି ଜୟନ୍ତୀ , ଗୁରୁ ଦିବସ ଓ ଶିଶୁ ଦିବସ ଭଳି ରାଷ୍ଟ୍ରୀୟ ଉତ୍ସବଗୁଡ଼ିକ ଓଡ଼ିଶାରେ ଆନନ୍ଦ ଓ ଉଲ୍ଲାସର ପରିବେଶରେ ପାଳନ କରାଯାଇଥାଏ । ଏତଦ୍ବ୍ୟତୀତ କରମା , ମେରିଆ , ପୁଷପୁନିଅଁ , ଚଇତି ପର୍ବ ଆଦି ଆଦିବାସୀ ପର୍ବ ; ଗୁଡ୍ ଫ୍ରାଇଡ଼େ , ବଡ଼ଦିନ ଭଳି ଖ୍ରୀଷ୍ଟିୟାନ ପର୍ବ ଓ ମହରମ ,
ଇଦ - ଉଲ୍ - ଫିତର ପରି ମୁସଲିମ୍ ପର୍ବଗୁଡ଼ିକ ବିଭିନ୍ନ ସଂପ୍ରଦାୟଦ୍ୱାରା ଜାକଜମକରେ ପାଳିତ ହୋଇ ଆସୁଛି । ଏତଦ୍ବ୍ୟତୀତ ଧନୁଯାତ୍ରା , ଠାକୁରାଣୀ ଯାତ୍ରା ଭଳି ପ୍ରସିଦ୍ଧ ଉତ୍ସବ ଓଡ଼ିଶାର ସ୍ୱତନ୍ତ୍ର ପରିଚୟ ପ୍ରଦାନ କରେ । ରାଜ୍ୟ , ଜିଲ୍ଲା , ଆଞ୍ଚଳିକ ସ୍ତରରେ ବିଭିନ୍ନ ଉତ୍ସବ - ମହୋତ୍ସବ ପାଳିତ ହୋଇ ଓଡ଼ିଶାର କଳା , ସଂସ୍କୃତି , ଐତିହ୍ୟ ତଥା ନିଜସ୍ବ ବିଭବ ଓ ସ୍ବାଭିମାନର ବାର୍ତ୍ତା ପ୍ରଚାର କରୁଛି । କୋଣାର୍କ ନୃତ୍ୟେତ୍ସୋବ , ଧଉଳି ଉତ୍ସବ ଓ ବେଳାଭୂମି ମହୋତ୍ସବ ପରି ଉତ୍ସବମାନ ଓଡ଼ିଶାର ଜନଜୀବନକୁ ରସସିକ୍ତ , ଉଲ୍ଲସିତ କରିବା ସହ ବିଶ୍ଵଦରବାରରେ ନିଜର ସ୍ୱତନ୍ଧ୍ୟା ସୃଷ୍ଟି କରିପାରିଛି ।
ପର୍ବପର୍ବାଣିର ପ୍ରଭାବ : ସମାଜ ସହି ପର୍ବପର୍ବାଣି ସଂଶ୍ଳିଷ୍ଟ ଥିବାରୁ ସାମାଜିକ ଜୀବନକୁ ଏହା ବହୁ ଭାବରେ ପ୍ରଭାବିତ କରିଥାଏ । ପାରମ୍ପରିକ ଅନୁରାଗ , ଅତୀତ ଐତିହ୍ୟ ପ୍ରତି ଶ୍ରଦ୍ଧା ଓ ସମ୍ମାବୋଧ ପର୍ବପର୍ବାଣି ଯୋଗୁ ସୃଷ୍ଟି ହୁଏ । ସଂସ୍କୃତିର ସୁରକ୍ଷା କ୍ଷେତ୍ରରେ ପର୍ବପର୍ବାଣିର ଅବଦାନ ଯଥେଷ୍ଟ । ଆମେ ସେଗୁଡ଼ିକରୁ ପାଉ ଉତ୍ସାହ ଉଦ୍ଦୀପନା ଜନିତ କର୍ମପ୍ରେରଣା । ପୁନଶ୍ଚ ସୌହାଦ୍ଦ୍ୟ , ସୌଭ୍ରାତୃତ୍ବ , ସଂପ୍ରୀତି ଓ ସଂହତି - ପ୍ରତିଷ୍ଠା କ୍ଷେତ୍ରରେ ପର୍ବପର୍ବାଣିଗୁଡ଼ିକର ରହିଛି ସୁଦୂରପ୍ରସାରୀ ପ୍ରଭାବ ।
ଉପସଂହାର : ପର୍ବ ଓଡ଼ିଶାର ଗର୍ବ । ଓଡ଼ିଆ ଜାତିର ସ୍ଵକୀୟତାର ପରିଚୟ ତା’ର ପର୍ବପର୍ବାଣିରେ ନିହିତ । ବାହ୍ୟ ଆଡ଼ମ୍ବର ଅପେକ୍ଷା ପର୍ବପର୍ବାଣିର ଅନ୍ତର୍ନିହିତ ଉଦ୍ଦେଶ୍ୟକୁ ପ୍ରତ୍ୟେକ ବ୍ୟକ୍ତି ହୃଦୟଙ୍ଗମ କରିବା ଉଚିତ । ନୈତିକ ମୂଲ୍ୟବୋଧ , ସାଂସ୍କୃତିକ ସଚେତନତା ଓ ବନ୍ଧୁତାର ବିକାଶ ପର୍ବପର୍ବାଣି ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେବା ବାଞ୍ଛନୀୟ ।